ଜ୍ଞାନଯୁଗ ଆସନ୍ନ

ଓଡ଼ିଆ ସାହିତ୍ୟ

ଜ୍ଞାନଯୁଗ ଆସନ୍ନ
ପ୍ରଶ୍ନ ଓ ଉତ୍ତର ଉଭୟ ଲେଖି ଯେ କରିଲା ବିକ୍ରୟ କଲା ପ୍ରଚୁର ଅର୍ଥାଦାୟ ଛାତ୍ରର ବୁଦ୍ଧି ହେଲା କ୍ଷୟ ଏଣିକି 'ପ୍ରଶ୍ନୋତ୍ତର' ବହି ହାଟେ ବାଟେ ମିଳିବନାହିଁ ଛାତ୍ର ହିଁ ସ୍ବବୁଦ୍ଧି ଚଳାଇ ନିଜେ ଉତ୍ତର ଯିବ ପାଇ ଘୋଷିବା ଯୁଗ ହେବ ଶେଷ ଛାତ୍ର ପାଇବ ଅବକାଶ ଖେଳାଇ ନିଜେ ନିଜ ମଥା ବୁଝିପାରିବ ସବୁ କଥା ମଥାକୁ ନ କଲେ ଭଂଡାର ଛାତ୍ର ବି କରିବ ବିଚାର ଶୁଣାକଥାର ସତ୍ୟାସତ୍ୟ ଚଳିବ ସ୍ବଚିଂତା ସହିତ ଛାଡ଼ିଲେ ପୁରୁଣା ଅଭ୍ୟାସ ଜ୍ଞାନ ପାଇବ ଜୀବନ୍ୟାସ ମନ କରିବ ଉଦ୍‌ଭାବନ ଅସଂଖ୍ୟ ସ୍ପଷ୍ଟ ସମାଧାନ ଜୀବନ ସମସ୍ୟାବହୁଳ ସ୍ମୃତିକୁ ଆଶ୍ରୟି କେବଳ ମିଳିବନାହିଁ ଭଲ ଫଳ ଚିଂତନ ଯୋଗାଇବ ବଳ ବଢ଼ିଲେ ଚିଂତାକାରୀ ବ୍ୟକ୍ତି ମିଳିବ ଅନୁପମ ଶକ୍ତି ସଭିଏଁ କରିବେ ଉନ୍ନତି ପାଇବେ ସୁଖ, ଶାଂତି, ତୃପ୍ତି ଶିକ୍ଷା ହେଲେ ବଂଧନମୁକ୍ତ ଏ ଯୁଗ ପାଇଁ ଉପଯୁକ୍ତ ସ୍ବାଧୀନ ହେବେ ଜନଗଣ ଜ୍ଞାନୀ ପାଇବେ ଯଶ, ମାନ ସଭିଏଁ ହୋଇଲେ ସଂପୃକ୍ତ ପ୍ରତ୍ୟେକେ ହେବେ ଉପକୃତ ଆସିବ ନୂଆ ଜ୍ଞାନଯୁଗ ଲୋକଂକୁ ମିଳିବ ସୁଯୋଗ

What's Your Reaction?

like

dislike

love

funny

angry

sad

wow